ଜି-୨୦ରୁ ଆସିଲା ‘ଭାରତ’ର ବାର୍ତା

ଜି-୨୦ ଶିଖର ସମ୍ମିଳନୀରୁ ଭାରତର ବାର୍ତା ଆସିଛି ।

ମୋଦିଙ୍କ ନାମଫଳକରେ ‘ଭାରତ’

ନୂଆଦିଲ୍ଲୀ,୯/୯: ଇଣ୍ଡିଆ-ଭାରତ ବିବାଦ ଭିତରେ ଦେଖାଦେଇଛି ଜି-୨୦ ଶିଖର ସମ୍ମିଳନୀରେ ଭାରତର ବାର୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ପ୍ରତିନିଧିମାନଙ୍କୁ ଏକ ପ୍ଲାକାର୍ଡ ପଛରୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ଲେଖାଥିଲା ଯେ ଭାରତ । ଚଳିତ ମାସ ଶେଷ ଆଡକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଇଣ୍ଡିଆର ନାମ ଭାରତ ନାମରେ ନାମିତ କରିବା ପାଇଁ ଏହି ପ୍ରୟାସକୁ ଆନୁଷ୍ଠାନିକ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କଳ୍ପନାଜଳ୍ପନା ଆରମ୍ଭ ହେଲାଣି ।
ଗତ କିଛି ଦିନ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କ ତରଫରୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ଭାରତ ଉଲ୍ଲେଖ ଥିଲା, ଯାହା ପରେ ରାଜନୈତିକ ବିବାଦ ତେଜିଥିଲା । ସେହିପରି ବିଦେଶୀ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ଜି-୨୦ ପୁସ୍ତିକାରେ ଭାରତ ଗଣତନ୍ତ୍ର ମାତା ଶୀର୍ଷକରେ ମଧ୍ୟ ଭାରତ ଶବ୍ଦ ବ୍ୟବହାର କରାଯାଇଛି ।