ଏଫଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ-୨୦୨୩ ଫାଇନାଲରେ ଓଡିଆ ପୁଅ ରାକେଶ

ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ଏଫଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ-୨୦୨୩ ଫାଇନାଲରେ ପ୍ରବେଶ କରିଛନ୍ତି।

ପ୍ରଣତି ନାୟକଙ୍କ ପଞ୍ଚମ ସ୍ଥାନ ଅଧିକାର

ଭୁବନେଶ୍ୱର,୯/୯: ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ହଙ୍ଗେରିର ସ୍ଜୋମ୍ବାଥେଲିଠାରେ ଆୟୋଜିତ ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଜିମ୍ନାଷ୍ଟିକ୍ (ଏଫଆଇଜି) ବିଶ୍ବ ଚ୍ୟାଲେଞ୍ଜ କପ୍-୨୦୨୩ରେ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ଅଂଶଗ୍ରହଣ କରି ୧୩.୬୦ ସ୍କୋର ସହ ଫାଇନାଲରେ ପ୍ରବେଶ କରିଛନ୍ତି।

ଏହା ପୂର୍ବରୁ ଓଡ଼ିଶାର ୩ ଜଣ ଜିମ୍ନାଷ୍ଟିକ୍ ଏଫଆଇଜି ବିଶ୍ବ ଚ୍ୟାଲେଞ୍ଜ କପ୍-୨୦୨୩ରେ ଭାଗ ନେଇଥିଲେ। ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବର୍ଗ (ସିନିୟର)ରେ ରାକେଶ କୁମାର ପାତ୍ର ଓ ସଫ ସାଦିକ ତମ୍ବୋଲି ଏବଂ ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବର୍ଗ (ସିନିୟର) ପ୍ରଣତି ନାୟକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅନ୍ୟପକ୍ଷରେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଣତି ନାୟକ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।