ସୌମ୍ୟଙ୍କ ବୟାନ ଉପରେ ବଡଭାଇଙ୍କ ପ୍ରତିକ୍ରିୟା

ସୌମ୍ୟଙ୍କ ବଡ ଭାଇ ନିରଞ୍ଜନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି ।

ଦଳରୁ କାଢିଦିଅ, ମାମଲା ଖତମ୍‌

ଭୁବନେଶ୍ୱର,୧୧/୯: ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନଙ୍କ ବୟାନକୁ ତେଜୁଛି ରାଜନୀତି । ବିଜେପି ନେତା ଓ କଂଗ୍ରେସ ନେତାଙ୍କ ପରେ ଏବେ ସୌମ୍ୟଙ୍କୁ ସମର୍ଥନ ଜଣାଇଛନ୍ତି ବଡ ଭାଇ ନିରଞ୍ଜନ ପଟ୍ଟନାୟକ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସାନ ଭାଇ ସୌମ୍ୟଙ୍କୁ ସମର୍ଥନ କରି କହିଛନ୍ତି ଯେ, ‘‘ସୌମ୍ୟ ଜଣେ ସ୍ୱାଭିମାନୀ, ସ୍ପଷ୍ଟବାଦୀ ଏବଂ ସ୍ୱାଧୀନଚେତା ବ୍ୟକ୍ତି । ସେ ଲୋକଙ୍କ ପାଇଁ କାମ କରନ୍ତି ଏବଂ ଲୋକଙ୍କ ପାଇଁ କାମ କରିବାରେ ବିଶ୍ୱାସ କରନ୍ତି । ଅନ୍ୟାୟ ହେଲେ ଚୁପ୍ ରୁହନ୍ତିନି କି ଅନ୍ୟାୟକୁ ପ୍ରଶୟ ଦିଅନ୍ତିନି । ବିଜେଡି ଏକ କର୍ପୋରେଟ ଦଳ, ଗୁମାସ୍ତା ଆଉ କିଛି ନେତାଙ୍କୁ ନେଇ ଦଳ ଚାଲିଛି । ସୌମ୍ୟ ନବୀନ ବାବୁଙ୍କ ବିରୋଧରେ ନୁହେଁ ବରଂ ବ୍ୟବସ୍ଥା ବିରୋଧରେ କହିଛନ୍ତି । ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଥିଲେ । ତାଙ୍କ କଥାକୁ ସାଧାରଣ ଲୋକ ଗ୍ରହଣ କରୁଛନ୍ତି । ଯଦି ବିଜେଡିକୁ ଅସୁବିଧା ହେଉଛି ତାହାଲେ ତାଙ୍କୁ ଦଳରୁ ବାହାର କରି ଦିଅନ୍ତୁ । ସମ୍ପାଦକୀୟକୁ ରାଜନୀତି ସହିତ ମିଶାଇବା ଉଚିତ୍ ନୁହେଁ ।’’