ଉତର କୋରିଆର ନୂଆ ‘ରଣନୈତିକ ପରମାଣୁ ଆକ୍ରମଣ ବୁଡାଜାହାଜ’

ଉତର କୋରିଆ ତାର ପ୍ରଥମ 'ରଣନୈତିକ ପରମାଣୁ ଆକ୍ରମଣ ବୁଡାଜାହାଜ' ଶୁଭାରମ୍ଭ କରିଛି ।

ନୌସେନାର ଆଣବିକ ଅସ୍ତ୍ରଶସ୍ତ୍ରକରଣ ଆଗେଇବ: କିମ୍‌

ନୂଆଦିଲ୍ଲୀ,୧୧/୯: ଉତର କୋରିଆ ତାର ପ୍ରଥମ ‘ରଣନୈତିକ ପରମାଣୁ ଆକ୍ରମଣ ବୁଡାଜାହାଜ’ ଶୁଭାରମ୍ଭ କରିଛି । ଉତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ଏହି ଉନ୍ମୋଚନ ଉତ୍ସବରେ ଅଧ୍ୟକ୍ଷତା କରି କହିଛନ୍ତି ଯେ, ନୌସେନାର ଆଣବିକ ଅସ୍ତ୍ରଶସ୍ତ୍ରକରଣକୁ ଆଗେଇ ନେବା ପାଇଁ ଏହା ଏକ ଅଂଶ । ଉତର କୋରିଆ ତାର ବର୍ତମାନର ବୁଡାଜାହାଜଗୁଡିକୁ ପରମାଣୁ ଅସ୍ତ୍ରରେ ସଜ୍ଜିତ ଆକ୍ରମଣ ଜାହାଜରେ ପରିଣତ କରିବ । ତେବେ ଉତର କୋରିଆ ସେନା ପକ୍ଷରୁ କୁହାଯାଇଛି ଯେ, ଏହା କାର୍ଯ୍ୟକ୍ଷମ ହେବ ନାହିଁ ।
ଚଳିତ ବର୍ଷ ଉତର କୋରିଆ ରେକର୍ଡ ସଂଖ୍ୟକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିଛି କିନ୍ତୁ କେତେକ ବିଫଳ ହୋଇଛି ।