ଦିଲ୍ଲୀରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ

ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଏବଂ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର ।

ଦୀପାବଳି ପାଇଁ ଚେତାବନୀ

ନୂଆଦିଲ୍ଲୀ,୧୧/୯: ଚଳିତ ବର୍ଷ ଦିପାବଳୀରେ ଫୁଟିବନି ବାଣ । ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଏବଂ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଢେର ଅଧିକ । ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଥିବାରୁ ଦିଲ୍ଲୀ ସରକାର ଗତ ୩ ବର୍ଷ ହେବ ଏହି ନିଷ୍ପତି ନେଇ ଆସୁଛନ୍ତି । ଗତ ୫-୬ ବର୍ଷ ମଧ୍ୟରେ ବାୟୁର ଗୁଣବତାରେ ଯଥେଷ୍ଟ ଉନ୍ନତି ଘଟିିଛି । ତେଣୁ ଏଥିରେ ଆହୁରି ଅଧିକ ଉନ୍ନତି ଆଣିବାକୁ ପ୍ରତିବନ୍ଧକ ଲଗାଯାଇଛି । ଗତ ବର୍ଷ ଦୀପାବଳି ସମୟରେ ବାଣ ଫୁଟାଉଥିବା ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଏବଂ ୨୦୦ ଟଙ୍କା ଜରିମାନା ଦେବାକଲୁ ପଡିବ ଏବଂ ବାଣ ଉତ୍ପାଦନ, ସଂରକ୍ଷଣ ଓ ବିକ୍ରୟ ପାଇଁ ୫ ହଜାର ଟଙ୍କା ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡାଦେଶ ଭୋଗିବେ ବୋଲି ସରକାର କହିଥିଲେ ।