ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଅଧିକାରୀ

ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଅଧିକାରୀ ତଥା ବୁଗୁଡାର ପୂର୍ବତନ ତହସିଲଦାର ।

୪ ସ୍ଥାନରେ ଏକକାଳୀନ ଚଢାଉ

ଖୋର୍ଦ୍ଧା,୧୪/୦୯: ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଅଧିକାରୀ ତଥା ବୁଗୁଡାର ପୂର୍ବତନ ତହସିଲଦାର ସଂଗ୍ରାମ କେଶରୀ ଜେନା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସଂଗ୍ରାମଙ୍କ ସମ୍ପତି ଉପରେ ଚଢାଉ କରିଛି ଭିଜିଲାନ୍ସ । ସଂଗ୍ରାମଙ୍କ ୪ଟି ଠିକଣାରେ ଚଢାଉ ଜାରି ରହିଛି । ଜେନା କଲୋନୀ, ବାଲୁଗାଁ, ଖୋର୍ଦ୍ଧା ଜିଲ୍ଲାରେ ଏକ ତିନି ମହଲା କୋଠା, ଖୋର୍ଦ୍ଧାର ଟାଙ୍ଗୀସ୍ଥିତ ଗୋଟିଏ କୋଠାଘର, ବାଲୁଗାଁରେ ସମ୍ପର୍କୀୟଙ୍କ ଏକ ଘର ଏବଂ ବାଣପୁରର ଛୋଟରାୟପୁରଶାସନଠାରେ ଥିବା ଏକ ପ୍ଲଟରେ ଏକକାଳୀନ ଚଢାଉ ଜାରି ରହିଛି । ଏହି ଚଢାଉରେ ୩ ଜଣ ଡିଏସପି ଏବଂ ୧୦ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।