ସେପ୍ଟେମ୍ବର ୨୧ରେ ଓଡିଶା ବିଧାନସଭା ବାଚସ୍ପତି ନିର୍ବାଚନ

ପ୍ରାକୃତିକ ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।

ନିର୍ବାଚନ ବର୍ଜନ କରିବେ ବିରୋଧୀ

ଭୁବନେଶ୍ୱର,୧୫/୦୯: ଗତ କିଛି ମାସ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଛି । ଉପବାଚସ୍ପତି ରଜନୀକାନ୍ତ ସିଂହ ଏବେ କାର୍ଯ୍ୟକାରୀ ବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ବିଜେଡିର ସଂଖ୍ୟା ଗରିଷ୍ଠତା ଅଧିକ ଥିବାରୁ ବିଜଡି ଦଳ ମଧ୍ୟରୁ ଜଣେ ବିଧାୟକ ବାଚସ୍ପତି ପଦରେ ଅବସ୍ଥାପିତ ହେବାର ସମ୍ଭାବନା ରହିଛି ।
ବାଚସ୍ପତି ନିର୍ବାଚନ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ବାଚସ୍ପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୨୧ ତାରିଖ ପୂର୍ବାହ୍ଣ ୧୧.୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନୂଆ ବାଚସ୍ପତି ଚୟନ କରାଯାଇ ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ସେପ୍ଟେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ତେବେ ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି । ନୂଆଖାଇ ସମୟରେ ନିର୍ବାଚନ ହେଉଥିବାରୁ ବର୍ଜନ କରିବ । ସେହିପରି ପୂର୍ବରୁ କଂଗ୍ରେସ ମଧ୍ୟ ଏହି ନିର୍ବାଚନ ବର୍ଜନ କରିବ ବୋଲି ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ସୂଚନା ଦେଇଥିଲେ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଦିନ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ କଂଗ୍ରେସ ନିର୍ବାଚନ ବର୍ଜନ କରିବ ବୋଲି ସେ କହିଥିଲେ ।