ଓଡିଶାକୁ ପାଂଠି ଯୋଗାଇବ ବିଶ୍ୱବ୍ୟାଙ୍କ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓଡିଶାକୁ ବିଶ୍ୱବ୍ୟାଙ୍କ ପାଂଠି ଯୋଗାଇବ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସହ ଚୁକ୍ତି

ନୂଆଦିଲ୍ଲୀ,୧୫/୦୯: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଗରିବ ଏବଂ ଦୁର୍ବଳ ପରିବାର ପାଇଁ ସାମାଜିକ ସୁରକ୍ଷା କଭରେଜ ବୃଦ୍ଧି ପାଇଁ ଓଡିଶା ସରକାରଙ୍କୁ ପାଂଠି ଯୋଗାଇବା ପାଇଁ ବିଶ୍ୱବ୍ୟାଙ୍କ ନିଷ୍ପତି ନେଇଛି । ବାହ୍ୟ ଅନୁଦାନପ୍ରାପ୍ତ ପ୍ରକଳ୍ପ (ଇଏପି)- ଓଡିଶା ରାଜ୍ୟ ସାମର୍ଥ୍ୟ ଓ ସହାୟକ ଅଭିବୃଦ୍ଧି କାର୍ଯ୍ୟକ୍ରମ ଓପରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡିଶା ସରକାର ଓ ବିଶ୍ୱବ୍ୟାଙ୍କ ଟିମ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡିଶାର ଅର୍ଥନୈତିକ ଓ ଜଳବାୟୁ ବିପର୍ଯ୍ୟୟ ପ୍ରଭାବରୁ ଗରିବ ଓ ଦୁର୍ବଳ ପରିବାରକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାଙ୍କ ଅନୁଦାନପ୍ରାପ୍ତ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ଅନୁ ଗର୍ଗ ଗୁରୁତ୍ୱାରୋପ କରିଥିଲେ । ତେବେ ଗତ ଜୁଲାଇରେ କେନ୍ଦ୍ର ବିଶ୍ୱବ୍ୟାଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲା । ଯେଉଁଥିରେ ଉଲ୍ଲେଖ ଥିଲା ଯେ, ଏହି ଯୋଜନାରେ ବିଶ୍ୱବ୍ୟାଙ୍କ ପକ୍ଷରୁ ୧୧୮୩ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୩୬୭ କୋଟି ଟଙ୍କା ପ୍ରଦାନ କରିବେ ।