୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅନୁମୋଦନ

ରାଜ୍ୟ ନଗର ଉନ୍ନୟନ ସଂସ୍ଥା (ସୁଡା)୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅନୁମୋଦନ କରିଛି ।

ସୁଡା ଗଭର୍ଣ୍ଣିଂ ବଡି ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର,୧୫/୦୯: ରାଜ୍ୟ ନଗର ଉନ୍ନୟନ ସଂସ୍ଥା (ସୁଡା)ର ୨୨ତମ ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ନଗର ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷା ଉଷା ଦେବୀ ଅଧ୍ୟକ୍ଷତା କରିଥିଲେ । ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଓଡିଶାର ସହରାଂଚଳମାନଙ୍କର ରୂପାନ୍ତର ପାଇଁ ସୁଡାର ଭବିଷ୍ୟତ ରୋଡମ୍ୟାପ ଉପରେ ଆଲୋକପାତ କରିଥିଲେ । ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ଏଜେଣ୍ଡା ଭିତିରେ ଆଲୋଚନା କରିବା ସହ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅନୁମୋଦନ ହୋଇଥିଲା । ଏହି ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଅତିରିକ୍ତ ସଚିବ ଶିଖା ବିଶ୍ୱାଳଙ୍କ ସହ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।