ସଡକ ନିୟମ ଉଲ୍ଲଂଘନକାରୀଙ୍କ ନାଁରେ କରିପାରିବେ ଅଭିଯୋଗ

ଏନଆଇସି ଦ୍ୱାରା ପ୍ରସ୍ତୁତ ହୋଇଥିବା ନେକ୍ସଟ ଜେନ ଏମ ପରିବହନ ଆପ୍ ମାଧ୍ୟମରେ ରିପୋର୍ଟ କରିପାରିବେ

ଜାରି ହେଲା ଆପ

ଭୁବନେଶ୍ୱର,୧୫/୦୯: ସଡକ ସୁରକ୍ଷା ଆହୁରି ସୁଦୃଢ ହେବ । ନାଗରିକମାନେ ମଧ୍ୟ ସଡକ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କରିପାରିବେ ଅଭିଯୋଗ । ନ୍ୟାସନାଲ ଇନଫର୍ମେଟିକ୍ସ (ଏନଆଇସି) ଦ୍ୱାରା ପ୍ରସ୍ତୁତ ହୋଇଥିବା ନେକ୍ସଟ ଜେନ ଏମ ପରିବହନ ଆପ୍ ସିଟିଜେନ ସେଂଟିନେଲ ବିକଳ୍ପ ମାଧ୍ୟମରେ ରିପୋର୍ଟ କରିପାରିବେ । ଏ ନେଇ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି । ସଚେତନ ନାଗରିକମାନେ ସଡକ ସୁରକ୍ଷା ପାଇଁ ଏନଫୋର୍ସମେଂଟ ଟିମ ପାଇଁ ସହାୟକ ହୋଇପାରିବେ । ସିଟିଜେନ ସେଂଟିନେଲ ବିକଳ୍ପ ମାଧ୍ୟମରେ ବିନା ହେଲମେଟରେ ଗାଡି ଚଳାଇବାର ଉଲ୍ଲଂଘନ ଫଟୋ ଓ ଭିଡିଓ ଅପଲୋଡ କରି ପାରିବେ । ଯାହା ଦ୍ୱାରା ପରିବହନ କର୍ତୃପକ୍ଷ ସୂଚନା ପାଇ ଇ-ଚାଲାଣ ଜାରି କରି ପାରିବେ ।