ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ

ଗୀତା ମେହେଟ୍ଟାଙ୍କର ଶନିବାର ଦିଲ୍ଲୀରେ ପରଲୋକ ହୋଇଯାଇଛି।

ବିଶିଷ୍ଟ ଲେଖିକା ଭାବେ ପରିଚିତ

ଭୁବନେଶ୍ୱର,୧୬/୦୯: କିମ୍ବଦନ୍ତୀ ତଥା ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ଶନିବାର ଦିଲ୍ଲୀରେ ପରଲୋକ ହୋଇଯାଇଛି। ସେ ଏକାଧାରରେ ଜଣେ ବିଶିଷ୍ଟ ଲେଖିକା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଓ ସାମ୍ବାଦିକା ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ଗୀତା ମେହେଟ୍ଟା ଜଣେ ଆମେରିକୀୟ ପ୍ରକାଶକ ତଥା ଦିବଙ୍ଗତ ସୋନି ମେହେଟ୍ଟାଙ୍କୁ ବିବାହ କରିଥିଲେ। ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଝିଅ ଗୀତା ୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ସହ ଲଣ୍ଡନର କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଥିଲେ। ତାଙ୍କ ଦ୍ୱାରା ରଚିତ ୫ଟି ପ୍ରସିଦ୍ଧ ପୁସ୍ତକ ହେଉଛି କର୍ମ କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ରାଜ ଏବଂ ଦି ଇଟରନାଲ ଗଣେଶ।