ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା

ଉପରାଷ୍ଟ୍ରପତି ଜଗଦୀପ ଧନଖର ନୂଆଦିଲ୍ଲୀର ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ସଂସଦୀୟ କାର୍ଯ୍ୟ ପୁରୁଣାରୁ ନୂଆକୁ ହେବ ସ୍ଥାନାନ୍ତର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ରବିବାର ନୂଆଦିଲ୍ଲୀର ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ସେ ନୂଆ ସଂସଦ ଭବନର ‘ଗଜ ଦ୍ୱାର’ ଉପରେ ପତାକା ଉତ୍ତୋଳନ କରିଥିଲେ।

ସୋମବାରଠାରୁ ଆରମ୍ଭ ହେବାକୁ ଥିବା ପାଞ୍ଚ ଦିନିଆ ସଂସଦ ଅଧିବେଶନ ପୂର୍ବରୁ ଏହି ଉତ୍ତୋଳନ ସମାରୋହ ଅନୁଷ୍ଠିତ ହୋଇଥିଲା। ଯାହାପରେ ସଂସଦୀୟ କାର୍ଯ୍ୟ ପୁରୁଣାରୁ ନିକଟସ୍ଥ ନୂତନ କୋଠାକୁ ସ୍ଥାନାନ୍ତରିତ ହେବ।

ଏହା ପୂର୍ବରୁ ଧନଖର ଓ ବିର୍ଲାଙ୍କୁ ସିଆରପିଏଫର ସଂସଦ ଡ୍ୟୁଟି ଗ୍ରୁପ୍ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।