ବଜ୍ରାଘାତରେ ୧୩ ଗୋରୁ ମୃତ

ରବିବାର ଦିନ ବଜ୍ରାଘାତରେ ୧୩ ଗୋରୁଙ୍କର ମୃତ୍ୟୁ ଘଟିଛି।

କ୍ଷତିପୂରଣ ଦାବି

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ସୋଗରପଶୀ ପଞ୍ଚାୟତ ଆରଦା ଗାଁରେ ରବିବାର ଦିନ ବଜ୍ରାଘାତରେ ୧୩ ଗୋରୁଙ୍କର ମୃତ୍ୟୁ ଘଟିଛି।
ସୂଚନାନୁସାରେ, କିଛି ଗୋରୁ ପଡିଆରେ ଚରୁଥିବା ବେଳେ ଆଉ କିଛି ଗୋରୁ ଗଛ ତଳେ ଶୋଇଥିଲେ। ହଠାତ ବିଜୁଳି ଓ ଘଡ଼ଘଡ଼ି ମାରିବାରୁ ଗାଈଗୁଡିକ ଟଳି ପଡିଥିଲେ। କିଛି ସ୍ଥାନୀୟ ଲୋକ ଗୋରୁ ଗୁଡିକ ପଡିଥିବାର ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ ଏବଂ ପରେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ତେବେ ଗାଈ ମାନଙ୍କର ମୃତ୍ୟୁ ହେବା ଫଳରେ ଗ୍ରାମବାସୀ ସରକାରଙ୍କ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି।