ଭାରତର ଐତିହାସିକ ଏସିଆ କପ ବିଜୟ

ଏସିଆ କପ ଫାଇନାଲରେ ଭାରତ ଅଷ୍ଟମ ଥର ପାଇଁ ବିଜୟ ହୋଇଛି ।

ଘରୋଇ ମାଟିରେ ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ,୧୭/୦୯: ଏସିଆ କପ ଫାଇନାଲରେ ଭାରତର ଐତିହାସିକ ବିଜୟ । ଘରୋଇ ମାଟି କଲମ୍ବୋରେ ଖେଳା ଯାଉଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାର ପରାଜୟ । ପୂର୍ବରୁ ୭ ଥର ଚାମ୍ପିୟନ ହୋଇଥିବା ଭାରତ ଅଷ୍ଟମ ଥର ପାଇଁ ଏସିଆ କପ ଜିତିଛି । ଏକତରଫା ଫାଇନାଲରେ ଶ୍ରୀଲଙ୍କାକୁ ୫୦ ରନରେ ପରାସ୍ତ କରିଛି ଭାରତ । ଭାରତର ମହମ୍ମଦ ସିରାଜ ୨୧ ରନ ଦେଇ ୬ ୱିକେଟ ନେଇଥିବା ବେଳେ ଶ୍ରୀଲଙ୍କା ଫାଇନାଲରେ ୫୦ ରନରେ ଅଲଆଉଟ ହୋଇଯାଇଥିଲା ।
କଲମ୍ବୋରେ ମହମ୍ମଦ ସିରାଜ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେବା ପରେ ମହମ୍ମଦ ସିରାଜ ୭ ଓଭରରେ ୨୧ ରନ ଦେଇ ଓ ୱିକେଟ ନେଇ ଶ୍ରୀଲଙ୍କାର ବ୍ୟାଟିଂ ଲାଇନଅପକୁ ଧ୍ୱଂସ କରି ଦେଇଥିଲେ । ତେବେ ବର୍ଷା ଯୋଗୁଁ ୪୦ ମିନିଟ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ଯଶପ୍ରୀତ ବୁମ୍ରା ପ୍ରଥମ ଓଭରରେ ବିପକ୍ଷ ଦଳର କୁଶଲ ପେରେରାଙ୍କୁ ଆଉଟ କରିବା ପରେ ସିରାଜ ଦ୍ରୁତ ବୋଲିଂ କରିଥିଲେ । ସିରାଜ ୬ ବଲରେ ୪ ୱିକେଟ ନେଇଥିଲେ । ଶ୍ରୀଲଙ୍କା ଇନିଂସର ଦ୍ୱିତୀୟ ଓଭର ଓ ତୃତୀୟ ଓଭରରେ ପାଥମ ନିସାଙ୍କା, ସଦିରା ସମରବିକ୍ରମା, ଚରିଥ ଅସଲଙ୍କା ଓ ଧନଞ୍ଜୟ ଡି ସିଲଭାଙ୍କୁ ଅ୍ଧମଙ୍କ କରିଥିଲେ ସିରାଜ । ପରବର୍ତୀ ଓଭରରେ ସିରାଜ ଶ୍ରୀଲଙ୍କା ଅଧିନାୟକ ସାସୁନ ଶନାକାଙ୍କୁ ଆଉଟ କରି ଦିନିକିଆରେ ଯୁଗ୍ମ ଦ୍ରୁତତମ ବୋଲର ଭାବେ ମାତ୍ର ୨.୪ ଓଭରରେ ଏହି ସଫଳତା ହାସଲ କରିଥିଲେ ।