ଓଡିଆ ବୈଜ୍ଞାନିକ ଡ଼ ସ୍ୱାତୀ ନାୟକଙ୍କୁ ମିଳିଲା ନର୍ମାନ ବୋରଲାଗ ଫିଲ୍ଡ ଆୱାର୍ଡ

ଓଡିଆ ବୈଜ୍ଞାନିକ ଡ଼ ସ୍ୱାତୀ ନାୟକଙ୍କୁ ନର୍ମାନ ବୋରଲାଗ ଫିଲ୍ଡ ଆୱାର୍ଡ-୨୦୨୩ରେ ସମ୍ମାନିତ କରାଯିବ ।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦/୦୯: ଓଡିଆ ବୈଜ୍ଞାନିକ ଡ଼ ସ୍ୱାତୀ ନାୟକଙ୍କୁ ୱାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ, ଆମେରିକା ତରଫରୁ ନର୍ମାନ ବୋରଲାଗ ଫିଲ୍ଡ ଆୱାର୍ଡ-୨୦୨୩ରେ ସମ୍ମାନିତ ହେବାକୁ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୨ରୁ ୨୮ ତାରିଖ ମଧ୍ୟରେ ଆମେରିକାର ଆଇୱାଠାରେ ବିଶ୍ୱ ଖାଦ୍ୟ ପୁରସ୍କାର ସପ୍ତାହ ଏବଂ ଅନ୍ତର୍ଜାତୀୟ ବୋରଲାଗ ଡାଏଲଗ ଅବସରରେ ଆୟୋଜିତ ହେବାକୁ ଥିବା ମେଗା ଇଭେଂଟରେ ଡ଼ ନାୟକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ।
ବର୍ତମାନ ମନିଲାସ୍ଥିତ ସିଜିଆଇଏଆର- ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦକ୍ଷିଣ ଏସିଆ ମୁଖ୍ୟ ଭାବରେ କାର୍ଯ୍ୟରତ ଡ଼ ନାୟକ ଦକ୍ଷିଣ-ଏସିଆ ମୁଖ୍ୟ ଭାବରେ କାର୍ଯ୍ୟରତ ପରୀକ୍ଷା ଏବଂ ନିୟୋଜନଠାରୁ ଆରମ୍ଭ କରି ଜଳବାୟୁ ସହନଶୀଳ ଏବଂ ପୁଷ୍ଟିକର ଧାନ ପ୍ରଜାତିର ସମାନ ଉପଲବ୍ଧତା ଏବଂ ଗ୍ରହଣ ପର୍ଯ୍ୟନ୍ତ ଚାହିଦାଭିତିକ ଧାନ ବିହନ ପ୍ରଣାଳୀରେ କ୍ଷୁଦ୍ର ଚାଷୀମାନଙ୍କୁ ସାମିଲ କରିବା ପାଇଁ ଅଭିନବ ଆଭିମୁଖ୍ୟ ପାଇଁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏହି ପୁରସ୍କାର ପାଇବାରେ ଡ଼ ନାୟକ ହେଉଛନ୍ତି ପ୍ରଥମ ଓଡିଆ ଓ ତୃତୀୟ ଭାରତୀୟ । ଏହି ସଫଳତା ପାଇଁ ଡ଼ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘‘ସମ୍ମାନଜନକନର୍ମାନ ବୋରଲାଗ ଫିଲ୍ଡ ଆୱାର୍ଡ-୨୦୨୩ ଗ୍ରହଣ କରିଥିବାରୁ ଓଡିଆ ବୈଜ୍ଞାନିକ ଡ଼ ସ୍ୱାତୀ ନାୟକଙ୍କୁ ଅଭିନନ୍ଦନ । କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସମଗ୍ର ବିଶ୍ୱର ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ । ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ।’’