ସାଧାରଣତନ୍ତ୍ର ଦିବସରେ ଜୋ ବାଇଡେନଙ୍କୁ ଯୋଗଦେବାକୁ ନିମନ୍ତ୍ରଣ

ସାଧାରଣତନ୍ତ୍ର ଦିବସରେ ଜୋ ବାଇଡେନଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆମେରିକା ରାଷ୍ଟ୍ରଦୂତଙ୍କ ସୂଚନା

ନୂଆଦିଲ୍ଲୀ,୨୦/୦୯:୨୬ ଜାନୁଆରୀ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହିଛନ୍ତି । ଏକ ଥିଙ୍କଟ୍ୟାଙ୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଗାର୍ସେଟି କହିଛନ୍ତି, ସେପ୍ଟେମ୍ବର ୮ ତାରିଖରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ ସମୟରେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ମୋଦି ବାଇଡେନଙ୍କୁ ନିମନ୍ତ୍ରଣ କରିଥିଲେ । ଯଦି ବାଇଡେନ ଏହି ନିମନ୍ତ୍ରଣ ଗ୍ରହଣ କରନ୍ତି, ତାହାଲେ ୨୦୧୫ରେ ନିମନ୍ତ୍ରଣ ହୋଇଥିବା ବାରାକ ଓବାମାଙ୍କ ପରେ ବାଇଡେନ ହେବେ ଦ୍ୱିତୀୟ ଆମେରିକୀୟ ରାଷ୍ଟ୍ରପତି ଯିଏ କି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।