ଗ୍ଲୋବାଲ ଇଣ୍ଡିଆନ ଆୱାର୍ଡ ପାଇଲେ ସୁଧା ମୂର୍ତି

ସୁଧା ମୂର୍ତି ଗ୍ଲୋବାଲ ଇଣ୍ଡିଆନ ଆୱାର୍ଡ ପାଇଲେ ।

ଏହି ଆୱାର୍ଡ ପାଇବାରେ ପ୍ରଥମ ମହିଳା

ନୂଆଦିଲ୍ଲୀ,୦୧/୧୦: ଇନଫୋସିସର ସହ ପ୍ରତିଷ୍ଠାତା ଏନଆର ନାରାୟଣ ମୂର୍ତିଙ୍କ ପତ୍ନୀ ତଥା ପ୍ରଖ୍ୟାତ ଲେଖକ, ସମାଜସେବୀ ସୁଧା ମୂର୍ତିଙ୍କୁ କାନାଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଗ୍ଲୋବାଲ ଇଣ୍ଡିଆନ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହି ଆୱାର୍ଡ ପ୍ରତିବର୍ଷ ଜଣେ ବିଶିଷ୍ଟ ଭାରତୀୟଙ୍କୁ ପ୍ରଦାନ କରାଯାଏ ଯିଏ କି ନିଜ ମନୋନୀତ କ୍ଷେତ୍ରରେ ଏକ ପ୍ରମୁଖ ପରିଚୟ ସୃଷ୍ଟି କରିଥାନ୍ତି । ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମାଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିବା ପରେ ସିଆଇଏଫକୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଆୱାର୍ଡରେ ୫୦,୦୦୦ ଡଲାରର ଏକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । ତେବେ ଏହି ଆୱାର୍ଡ ପାଇବାରେ ସୁଧା ମୂର୍ତି ହେଉଛନ୍ତି ପ୍ରଥମ ମହିଳା । ପୂର୍ବରୁ ୨୦୧୪ରେ ତାଙ୍କ ସ୍ୱାମୀ ଏନଆର ନାରାୟଣ ମୂର୍ତି ମଧ୍ୟ ଏହି ସମାନ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ସୁଧା ମୂର୍ତିଙ୍କ ସହ ତାଙ୍କ ଜ୍ୱାଇଁ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପିତାମାତା ଏହି ଟରାଂଟୋ ଗାଲା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।