ନେପାଳରେ ତାଣ୍ଡବ ରଚିଲା ଭୂକମ୍ପ: ଭାରତରେ ଭୂକମ୍ପର ଝଟକା

ଉତ୍ତର ଭାରତରେ ଭୂକମ୍ପର ଝଟକା ଦେଖାଯାଇଛି।

ମାଟି ତଳେ ଶବର ସମୁଦ୍ର

ନୂଆଦିଲ୍ଲୀ, ୦୪.୧୧: ନେପାଳରେ ତାଣ୍ଡବ ରଚିଛି ଭୂମିକମ୍ପ। ନେପାଳରେ ଦେଖାଦେଇଛି ବଡ଼ ଧରଣର ଭୂକମ୍ପ। ଗତ କାଲି ରାତି ପ୍ରାୟ ୧୧ଟା ୪୭ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ନେପାଳର ଜାଜରକୋଟ ଜିଲ୍ଲା। ଏହି ଭୂମିକମ୍ପରେ ରୁକୁମ ପଶ୍ଚିମ ଓ ଜାଜରକୋଟ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଅନେକ ଘର ଭାଙ୍ଗିବା ସହ ୧୫୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଏବେ ବି ଚାପି ହୋଇ ରହିଛି ଶହ ଶହ ଶବ। ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ଉଦ୍ଧାରକାର୍ଯ୍ୟ। ନେପାଳରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ।

ସେହିପରି ଉତ୍ତର ଭାରତରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ଦିଲ୍ଲୀ NCR ଓ ବିହାରରେ ଘରୁ ବାହାରି ଆସିଥିଲେ ଲୋକେ। ଗତକାଲି ରାତିରେ ଏହି ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା।