ଦେଶର ପ୍ରଥମ ମହିଳା ଏଡିସି ହେଲେ ମନୀଷା ପାଢ଼ୀ

ଭାରତୀୟ ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ଦେଶର ପ୍ରଥମ ମହିଳା ଏଡିସି ହେବାର ଗୌରବ ଅର୍ଜନ କରିଛନ୍ତି।

ଓଡିଶା ପାଇଁ ନୂଆ ଗୌରବ

ନୂଆଦିଲ୍ଲୀ, ୩୦/୧୧/୨୩: ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ଦେଶର ପ୍ରଥମ ମହିଳା ଏଡିସି ହେବାର ଗୌରବ ଅର୍ଜନ କରିଛନ୍ତି। ଓଡ଼ିଆ ସ୍କ୍ୱାର୍ଡନ ଲିଡର ମନୀଷାଙ୍କୁ ବୁଧବାର ମିଜୋରାମ ରାଜ୍ୟପାଳ ଡକ୍ଟର ହରି ବାବୁ କାମଭମପତି ଭାରତୀୟ ସଶସ୍ତ୍ର ବାହିନୀର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ କରିଛନ୍ତି।

ଓଡ଼ିଶାର ବ୍ରହ୍ମପୁରର ମୂଳ ବାସିନ୍ଦା ମନୀଷା ପାଢୀ ଭୁବନେଶ୍ବରସ୍ଥିତ ସିଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂର କଲେଜରେ ପଢିଥିବା ବେଳେ ସେ ବିଦାରସ୍ଥିତ ବାୟୁସେନା ଷ୍ଟେସନ, ପୁଣେର ବାୟୁସେନା ଷ୍ଟେସନ ଏବଂ ଭଟିଣ୍ଡାସ୍ଥିତ ବାୟୁସେନା ଷ୍ଟେସନରେ କାର୍ଯ୍ୟରତ ଥିଲେ।