ବମକୋଇରେ “ନୂଆ – ଓ” ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ବମକୋଇ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 'ନୂଆ-ଓ' ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।

ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଚାଲିଥିବା ଜନ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ଦେବଦତ୍ତ ସୁବୁଦ୍ଧିଙ୍କ ଅଧ୍ଯକ୍ଷତା ଏବଂ ନୋଡାଲ ଅଫିସର ଅଧ୍ୟାପକ ଏ.ଦୁର୍ଯ୍ୟୋଧନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବରେ ଦିଗପହଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଧନ୍ଦା ମୂଳକ ଶିକ୍ଷା ଉପନିର୍ଦେଶକ ସୁଶାନ୍ତ ଦାସ , ଚିକିଟି ଏସଡିପିଓ ସୁଜିତ କୁମାର ନାୟକ , ସ୍ବାମୀ ସନ୍ନିଷ୍ଟା ନନ୍ଦ ମହାରାଜ , ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ମଧ୍ୟମିକ ଶିକ୍ଷା ନିର୍ଦେଶକ ଡ଼. ସୁଶାନ୍ତ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅଧ୍ୟାପକ ବିବେକାନନ୍ଦ ମହାପାତ୍ର , ମମତା ମିଶ୍ର , ଗ୍ରନ୍ଥ ପାଳକ ହରିନାଥ ପ୍ରଧାନଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଉତ୍ସବରେ ଅଧ୍ୟାପିକା ତୃପ୍ତିମୟୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସୁଶୀଳ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ ପ୍ଲାଷ୍ଟିକ ବର୍ଜନ , ପରିମଳ , ସ୍ବଚ୍ଛତା ସମ୍ପର୍କରେ ଜନସାଧାରଣଙ୍କୁ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା। ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଯୋଗ ଗୁରୁ ଶିଶିର କୁମାର ଦାସ ,ପତାଞ୍ଜଳି ଓଡ଼ିଶା ରାଜ୍ୟ ପ୍ରଭାରୀ ସ୍ଵୟଂ ପ୍ରକାଶ ଦତ୍ତ ରଞ୍ଜନ ମହାପାତ୍ର ଛାତ୍ରୀ ଛାତ୍ର ମାନଙ୍କୁ ଯୋଗ ପ୍ରାଣାୟମ ଶିକ୍ଷା ପ୍ରଦାନ କରିଥିଲେ। ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହିପରି ଭାବେ ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ଶ୍ରୀମଦ୍ ଭାଗବତ ଗୀତା ବଣ୍ଟନ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଅନ୍ୟ ସମସ୍ତ କର୍ମଚାରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।