ଲକ୍ଷ୍ମୀ ପୂଜାରେ ଯୋଗଦେଲେ ହରିପ୍ରିୟା ଆଶ୍ରମ ମୁଖ୍ୟ ସନ୍ଥଶ୍ରୀ ଦେବଦତ୍ତ

ମାଣବସା ଗୁରୁବାର ଉପଲକ୍ଷେ ଲକ୍ଷ୍ମୀ ପୂଜାରେ ହରିପ୍ରିୟା ଆଶ୍ରମ ମୁଖ୍ୟ ସନ୍ଥଶ୍ରୀ ଦେବଦତ୍ତ ଯୋଗ ଦେଇଥିଲେ

ଯୁବ ସମାଜସେବୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତ ଅନ୍ତର୍ଗତ ଦେଖାଳି ଗ୍ରାମରେ ବୁଧବାର ଠାରୁ ମାଣବସା ଗୁରୁବାର ଉପଲକ୍ଷେ ଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୁବ ସମାଜସେବୀ ସଞ୍ଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଧାର୍ମିକ ପୂଜା କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ଦିଗପହଣ୍ଡି ସ୍ଥିତ ଶ୍ରୀ ଶ୍ରୀ ମାଁ ହରିପ୍ରିୟା ଆଶ୍ରମ ମୁଖ୍ୟ ସନ୍ଥଶ୍ରୀ ଦେବଦତ୍ତ ମହାରାଜ ଗ୍ରାମରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ ପାଛୋଟି ନିଆଯାଇଥିଲା । ସେଠାରେ ଶ୍ରୀ ମହାରାଜ ମାଁ ଲକ୍ଷ୍ମୀଙ୍କ ଆର୍ଶୀବାଦ ଲାଭ କରି ସମସ୍ତ ଜନସାଧାରଣଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଏହି ସମୟରେ କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଚୁଡ଼ାମଣି ପ୍ରଧାନ , ହରିଶ୍ଚନ୍ଦ୍ର ପ୍ରଧାନ , ନାଏବ ସରପଞ୍ଚ ଭାଗ୍ୟବତୀ ବେହେରା , ସମାଜସେବୀ ଗୋପାଳକୃଷ୍ଣ ମେକାପ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।