ଓଡ଼ିଶାର ୭ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା

ଓଡ଼ିଶାର ୭ଟି ଉତ୍ପାଦକୁ ଆଜି ଜିଆଇ ଟ୍ୟାଗ ମିଳିଛି।

ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲକୁ ଜିଆଇ ଟ୍ୟାଗ

ଭୁବନେଶ୍ବର, ୦୩/୦୧/୨୩: ଓଡିଶାର ୮ଟି ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ। ଜିଆଇ ଟ୍ୟାଗ ପାଇଁ ଆବେଦନ ହୋଇଥିବା ଖଜୁରୀ ଗୁଡ, ଢେଙ୍କାନାଳ ମଗଜି, ମୟୂରଭଞ୍ଜ କାଇ ଚଟଣୀ, ନୟାଗଡ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ, କୋରାପୁଟ କଳାଜିରା ଧାନ ଏବଂ ଲାଞ୍ଜିଆ ସୌରା ଚିତ୍ରକଳାକୁ ଜିଆଇ ଟ୍ୟାଗ ମିଳିଛି। ଏ ନେଇ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଯେ ପୂର୍ବରୁ ରସଗୋଲା ଏବଂ ୨୦୨୩ ଅକ୍ଟୋବର ମାସରେ କେନ୍ଦ୍ରାପଡା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ବେଳେ ଆଉ ୨ ମାସ ପରେ କଟକ ତାରକସିକୁ ମିଳିବା ପାଇଁ ସମସ୍ତ ପ୍ରକ୍ରିୟା ଚାଲିଛି।