ଆଜି ୧୨ ଘଣ୍ଟା ବନ୍ଦ କଳାହାଣ୍ଡି

ଆଜି କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ପ୍ରକାର ଦାବି ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ରହିଛି।

ସାଧାରଣ ଜନଜୀବନ ପ୍ରଭାବିତ

କଳାହାଣ୍ଡି, ୦୪/୦୧/୨୩: ଆଜି ୧୨ ଘଣ୍ଟିଆ ବନ୍ଦ ରହିଛି କଳାହାଣ୍ଡି ଜିଲ୍ଲା। ସ୍ଥାନୀୟ କୃଷକଙ୍କ ଦାବି ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଡାକରାରେ ଶିକ୍ଷା ଓ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବା ସହ ସାଧାରଣ ପରିବହନରେ ମଧ୍ୟ ବାଧାପ୍ରାପ୍ତ ସୃଷ୍ଟି ହୋଇଛି।

କଳାହାଣ୍ଡି ଜିଲ୍ଲାରେ ସ୍ଥାନୀୟ କୃଷକଙ୍କ ଦାବି ନେଇ ବିଜେପି ପକ୍ଷରୁ ଡାକରା ଦିଆଯାଇଥିବା ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ବନ୍ଦ ଡାକରା ରେ ଶିକ୍ଷା ଓ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବା ସହ ସାଧାରଣ ପରିବହନ ବାଧାପ୍ରାପ୍ତ ହୋଇଛି।

ଧାନ କିଣା ସମୟରେ ମିଲରଙ୍କ ଦ୍ୱାରା ଧାନର ମୂଲ୍ୟ ହ୍ରାସକୁ ହଟାଇବା, ବିଦ୍ୟୁତ ଶୁଳ୍କ ହ୍ରାସ କରିବା, ଜିଲ୍ଲାର ସମସ୍ତ ଦେଶୀ ମଦ ଉତ୍ପାଦନ କାରୀ ୟୁନିଟରୁ ମୁକ୍ତି ଦେବା ସହ ରାଜ୍ୟ ସରକାର କପା ବିକ୍ରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବନ୍ଦ ପାଳନକାରୀମାନେ ଦାବି କରିଛନ୍ତି।