ଓଡ଼ିଶାର ୫ ସହରର ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ

ଓଡ଼ିଶାରେ ଘନ କୁହୁଡ଼ି ଦେଖା ଯାଉଥିବା ବେଳେ ୫ଟି ସହରର ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ବୋଲି ସିପିସିବି କହିଛି।

ଭୁବନେଶ୍ବର ଏକ୍ୟୁଆଇ ୩୦୫

ଭୁବନେଶ୍ବର, ୧୮/୦୧/୨୦୨୪: ଓଡ଼ିଶାର ୫ଟି ସହରର ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ। ମୁଖ୍ୟତଃ ଘନ କୁହୁଡ଼ି ଯୋଗୁଁ ଓଡ଼ିଶାର ୫ଟି ସହରରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି। ଏହା ସହ ଏହି ସହରଗୁଡ଼ିକରେ ବାୟୁର ଗୁଣବତ୍ତା ଖରାପ ହେବା ପାଇଁ ଯାନବାହନ ଚଳାଚଳ, ଖଣି ଖନନ ଏବଂ ଶିଳ୍ପ କାର୍ଯ୍ୟକଳାପରୁ ନିର୍ଗତ ଧୂଆଁ ମଧ୍ୟ ଦାୟୀ ବୋଲି ସିପିସିବି କହିଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ପ୍ରକାଶିତ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅନୁଯାୟୀ, ଭୁବନେଶ୍ୱରର ହାରାହାରି ଏକ୍ୟୁଆଇ ୩୦୫, କଟକ ୩୩୨, ଅନୁଗୁଳ ୩୩୦, ବାଲେଶ୍ୱରର ୩୭୩ ଏବଂ ବାରିପଦା ୩୩୪ ରହିଛି। ଯାହାକି ଅତ୍ୟନ୍ତ ଅତ୍ୟନ୍ତ ଖରାପ।