ନମିତା ଅଗ୍ରୱାଲଙ୍କ ଓଡ଼ିଆ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

ନମିତା ଅଗ୍ରୱାଲ ଗାଇଥିବା ଏକ ଓଡ଼ିଆ ଭଜନକୁ ଟ୍ୱିଟରରେ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

ସବୁଠି ରହିଛି ଶ୍ରୀରାମଙ୍କ ପ୍ରତି ଭକ୍ତି: ମୋଦି

ଭୁବନେଶ୍ବର, ୧୮/୦୧/୨୦୨୪: ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପୂର୍ବରୁ ପ୍ରଭୁ ଶ୍ରୀ ରାମଙ୍କୁ ଉତ୍ସର୍ଗୀକୃତ ଏକ ଓଡ଼ିଆ ଭଜନକୁ ଟ୍ୱିଟରରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ନମିତା ଅଗ୍ରୱାଲ ଗାଇଥିବା ଏବଂ ସରୋଜ ରଥଙ୍କ ଦ୍ୱାରା ରଚିତ ଓଡ଼ିଆ ଭକ୍ତି ଭଜନ ‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ।

ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଭାରତର ପ୍ରତ୍ୟେକ ପ୍ରାନ୍ତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ରହିଛି। ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣଙ୍କୁ ତାଙ୍କ ପ୍ରତି ସମର୍ପିତ ଅନେକ ଭଜନ ଦେଖିବାକୁ ମିଳିବ । ଏଠାରେ ଓଡ଼ିଆରେ ଏଭଳି ଏକ ପ୍ରୟାସ…” ଓଡ଼ିଶା ସଙ୍ଗୀତ ଜଗତର ଜଣେ ଲୋକପ୍ରିୟ ଗାୟିକା ନମିତା ଓଡ଼ିଆ ଭଜନ ଓ ଆଲବମ୍ ପାଇଁ ଜଣାଶୁଣା।