ଜାନୁଆରୀ ୨୨କୁ ହାଫ୍ ଡେ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ କେନ୍ଦ୍ରୀୟ ଅଫିସ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ ଛୁଟି ଘୋଷଣା

ନୂଆଦିଲ୍ଲୀ, ୧୮/୦୧/୨୦୨୪: ରାମଲାଲାଙ୍କ ପ୍ରାଣ ପତିଷ୍ଠା ସମାରୋହ ପାଇଁ ଜାନୁଆରୀ ୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏ ହାଫ ଡେ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଅଧା ଦିନ ପାଇଁ ବନ୍ଦ ରହିବ।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଛି ଯେ କର୍ମଚାରୀଙ୍କ ଭକ୍ତିପୂତ ଭାବନା ଏବଂ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାମ ମନ୍ଦିର ପ୍ରାର୍ଥନା ସମାରୋହ ଅବସରରେ ସମଗ୍ର ଭାରତରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନରେ ୨୦୨୪ ଜାନୁଆରୀ ୨୨ ତାରିଖ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ଅଧା ଦିନ ବନ୍ଦ ରହିବ।