ତାମିଲନାଡୁରେ ରାମ ମନ୍ଦିର ଉତ୍ସବର ସିଧା ପ୍ରସାରଣ ବ୍ୟାନ

ତାମିଲନାଡୁରେ ରାମ ମନ୍ଦିର ଉତ୍ସବର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ କଡା ନିନ୍ଦା କରିଛନ୍ତି।

ନିର୍ମଳା ସୀତାରମଣଙ୍କ କଡା ନିନ୍ଦା

ନୂଆଦିଲ୍ଲୀ,୨୧/୦୧/୨୦୨୪: ଆସନ୍ତା କାଲି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ କରାଯିବ। ଯାହା ଫଳରେ ଦୂରଦୂରାନ୍ତରୁ ଭକ୍ତମାନେ ମଧ୍ୟ ଟିଭି ମାଧ୍ୟମରେ ଦେଖିପାରିବେ। ହେଲେ ତାମିଲନାଡୁରେ ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତାମିଲନାଡୁ ସରକାର।

ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରାଜ୍ୟରେ ଭଗବାନ ରାମଙ୍କୁ ସମର୍ପିତ ୨୦୦ରୁ ଅଧିକ ମନ୍ଦିର ଅଛି। ପୁଲିସ ବ୍ୟକ୍ତିଗତ ଭାବେ ଆୟୋଜିତ ମନ୍ଦିରଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବାରଣ କରୁଛି। ସେମାନେ ଆୟୋଜକମାନଙ୍କୁ ଧମକ ଦେଉଛନ୍ତି ଯେ ସେମାନେ ମଣ୍ଡପ ଭାଙ୍ଗିଦେବେ। ଏହି ହିନ୍ଦୁ ବିରୋଧୀ, ଘୃଣ୍ୟ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି।