‘ଦର୍ଶନ’ରେ ଖବର ପ୍ରକାଶ ପରେ ଶିକ୍ଷା ବିଭାଗର ସ୍ପଷ୍ଟୀକରଣ

ଆସନ୍ତାକାଲି ସ୍କୁଲ ଓ କଲେଜ ଅଧା ଛୁଟି ହେବ ବୋଲି ଶିକ୍ଷା ବିଭାଗ ସ୍ପଷ୍ଟ କରିଛି।

୨୨ରେ ଶିକ୍ଷାନୁଷ୍ଠାନ ଛୁଟି ପାଇଁ ଦୂର ହେଲା ଦ୍ଵନ୍ଦ

ଦଶପଲ୍ଲା, ୨୧/୦୧/୨୦୨୪: ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ରାଜ୍ଯ ସରକାର ୨୨ ତାରିଖରେ ଅଧା ଦିନ ଅର୍ଥାତ୍ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ। ମାତ୍ର ଉକ୍ତ ଛୁଟି ଘୋଷଣାରେ ଶିକ୍ଷାନୁଷ୍ଠାନରେ ଅନ୍ତର୍ଭୁକ୍ତ କି ନାହିଁ ତାହାକୁ ନେଇ ଦ୍ଵନ୍ଦ ଉପୁଜିଥିଲା।

ରବିବାର ଦିନ ଏଥିନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଅପରାହ୍ନ ୨.୩୦ ଯାଏଁ ସ୍କୁଲ, କଲେଜ ବନ୍ଦ୍ ରହିବ। ପିଲାମାନଙ୍କୁ ଆସିବା ନେଇ ବାଧ୍ଯ କରାଯିବନାହିଁ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ, ଏଭଳି ଦ୍ୱନ୍ଦ୍ୱକୁ ନେଇ ରବିବାର ଦିନ “ଦର୍ଶନ”ରେ ଖବର ପ୍ରକାଶ ପାଇଥିଲା।