ଆଜି ନିର୍ଣ୍ଣାୟକ ମ୍ୟାଚ। ପାଇଁ କର ବା ମର ପରିସ୍ଥିତି, ହାରିଲେ ହାତରୁ ଖସିଯିବ ସିରିଜ ।

ଆଜି ନିର୍ଣ୍ଣାୟକ ମ୍ୟାଚ। ପାଇଁ କର ବା ମର ପରିସ୍ଥିତି, ହାରିଲେ ହାତରୁ ଖସିଯିବ ସିରିଜ ।

 

ଭାରତ ପାଇଁ ଆଜି ଭାଗ୍ୟ ପରୀକ୍ଷା। ଲଗାତର ୨ ଟି ମ୍ୟାଚ୍ ହାରିବା ପରେ ଭାରତ ପାଇଁ ଆଜି କାର ବା ମର ସ୍ଥିତି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟି-୨୦ଖେଳାଯିବ । ଆଜି ବିଶାଖାପଟ୍ଟନମର ଡା. ଓ୍ଵାଇଏସ୍‌ ରାଜେଶେଖର ରେଡ୍ଡୀ ଷ୍ଟାଡିଅମରେ ସନ୍ଧ୍ୟା ୭ଟାରେ ମ୍ୟାଚ ଖେଳାଯିବ। ଦୁଇଟି ଯାକ ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା
ମନୋବଳ ଉଚ୍ଚା ରହିଛି। ତେଣୁ ତୃତୀୟ ଆଜି ମ୍ୟାଚ୍ ହାତେଇବାକୁ ଦଳର ଜୋସ୍ ରହିଛି ସେପଟେ ଭାରତ ଚାପ ରେ ରହିଛି। ରିଶଭ ପନ୍ଥ ଙ୍କ ନେତୃତ୍ଵ ରେ ଦଳ ଦୁଇଟି ଯାକ ମ୍ୟାଚ ପରାଜୟର ସମ୍ମୁଖୀନ ହେଇଛି । ତେଣୁ ଟିମ୍ ଚେଷ୍ଟା କରିବ ଆଜି ପ୍ରତ୍ୟାବର୍ତ୍ତନ କରିବ।

ଆଜିର ମ୍ୟାଚକୁ ସବୁ ଶକ୍ତି ଖଟାଇ ଭାରତକୁ ଜିତିବାକୁ ହେବ । ହେଲେ ଦକ୍ଷିଣ ଆଫ୍ରିକା ମାତ ଦେବା ଭାରତ ପାଇଁ ଏତେ ସହଜ ହେବ ନାହିଁ। ଶ୍ରେଷ୍ଠ ଟିମ୍ କୁ ନେଇ ଦକ୍ଷିଣ ଆଫ୍ରିକା ମଇଦାନକୁ ଓଲାଉଛି ।

ପ୍ରଥମ ୨ଟି ଯାକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତିଥିଲା ପ୍ରଥମେ ଫିଲ୍ଡିଂ କରି ଉଭୟ ମ୍ୟାଚ୍ ଜିତିଥିଲା । ତେଣୁ ଆଜିର ମ୍ୟାଚ ରେ ଟସ୍ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିଭାଇବ।
ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଟକ୍କର ଦେଇପାରିନଥିଲା। ୨୧୧ ରନ୍‌ କରିଥିବା ସତ୍ତ୍ୱେ ୭ ଓ୍ଵିକେଟରେ ଜିତିଥିଲା ସାଉଥ ଆଫ୍ରିକା ଟିମ। ସେହିପରି ଦ୍ୱିତୀୟ ମ୍ୟାଚରେ ମାତ୍ର ୧୪୮ ରନ୍‌ କରିପାରିଥିଲା। ଯାହାକୁ ଅତି ସହଜରେ ଜିତି ନେଇଥିଲା ସାଉଥ ଆଫ୍ରିକା ଟିମ୍‌।

ଭାରତକୁ ଆଉ କିଛି ବିକଳ୍ପ ରଣନୀତି ପ୍ରସ୍ତୁତ କରିବାକୁ ହେବ । ବ୍ୟାଟିଂ ସହିତ ବୋଲିଂ ଓ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ । ସବୁ ବିଭାଗ ରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।
ତା ହେଲେ ଯାଇ ବିଜୟ ସହଜ ହୋଇପାରିବ । ଆଜିର ମ୍ୟାଚରେ ଭାରତ ଏକାଦଶରେ ପରିବର୍ତ୍ତନ କରିପାରେ । ଫାଷ୍ଟ ବୋଲର ଉମ୍ରାନ ମଲିକ ଓ ଅଲ୍ରାଉଣ୍ଡର ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଅଭେଶ ଖାନ ଓ ଅକ୍ଷର ପଟେଲ ଏକାଦଶରୁ ବାଦ ପଡ଼ିବା ନେଇ ସମ୍ଭାବନା ଅଛି ।