ପୁଣ୍ୟତିଥିରେ ସୁଶାନ୍ତଙ୍କୁ ମନେ ପକାଇଲେ ରିୟା ଚକ୍ରବର୍ତ୍ତୀ, ଫଟୋ ସେୟାର କରି ଲେଖିଲେ ଭାବପୂର୍ଣ୍ଣ ମେସେଜ

ପୁଣ୍ୟତିଥିରେ ସୁଶାନ୍ତଙ୍କୁ ମନେ ପକାଇଲେ ରିୟା ଚକ୍ରବର୍ତ୍ତୀ, ଫଟୋ ସେୟାର କରି ଲେଖିଲେ ଭାବପୂର୍ଣ୍ଣ ମେସେଜ

 

ସୁଶାନ୍ତ ସିଂ ରାଜପୁତ ଙ୍କୁ ମନେ ପକାଉଛି ସାରା ଦେଶ। ଆଜି ହେଉଛି ସୁଶାନ୍ତ ସିଂ ରାଜପୁତଙ୍କର ଦ୍ୱିତୀୟ ପୁଣ୍ୟତିଥି। ଠିକ୍‌ ଦୁଇ ବର୍ଷ ତଳେ ଆଜିର ଦିନର ହିଁ ଆମ ସମସ୍ତ ଙ୍କୁ ଛାଡି ଦୁନିଆ କୁ ଅଳବିଦା କହିଥିଲେ ବଲିଉଡ୍‌ର ଏହି ଜଣାଶୁଣା କଳାକାର। ହେଲେ ତାଙ୍କର ଅନୁପସ୍ଥିତିକୁ ସମସ୍ତେ ଅନୁଭବ କରିପାରୁଛନ୍ତି । ତାଙ୍କ ର ସେହି ଚେହେରା ହସ ହସ ମୁହଁ ଫ୍ୟାନ ମାନଙ୍କ ପାଖରେ ସ୍ମୃତି ହୋଇ ରହିଛି। ଗାର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ବି ତାଙ୍କ ପୁଣ୍ୟତିଥିରେ ତାଙ୍କୁ ମନେ ପକାଇଛନ୍ତି। ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମରେ ସୁଶାନ୍ତଙ୍କ ସହିତ ନିଜର କିଛି ଫଟୋ ସେୟାର କରିଛନ୍ତି ରିୟା ଚକ୍ରବର୍ତ୍ତୀ ।

ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି କି, ‘ସବୁଦିନ ତୁମେ ମନେ ପଡ଼ୁଛ’। ଏହିଭଳି ଭାବେ ରିୟା ଫ୍ୟାନମାନଙ୍କ ସହିତ ନିଜ ହୃଦୟର କଥା ସେୟାର କରିଛନ୍ତି। ରିୟାଙ୍କ ଏହି ପୋଷ୍ଟ୍‍ରେ ଫ୍ୟାନମାନେ ଲେଖିଛନ୍ତି ଯେ ‘ଆମକୁ ବି ସେ ବହୁତ ମନେ ପଡ଼ୁଛନ୍ତି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ତୁମେ ଷ୍ଟ୍ରଙ୍ଗ୍‌ ରୁହ ରିୟା’। ଏହିପରି ଭାବେ ରିୟା ଚକ୍ରବର୍ତ୍ତୀଙ୍କ ପୋଷ୍ଟ୍‍ ରେ ଫ୍ୟାନମାନଙ୍କ ପ୍ରତିକ୍ରିୟା ଆସୁଛି।

ସୁଶାନ୍ତ ସିଂ ରାଜପୁତ ବଲିଉଡର ଉଜ୍ଜ୍ବଳତମ ତାରକା ଥିଲେ ।
ତାଙ୍କର ଅଭିନୟ ଜୀବନ ଦୂରଦର୍ଶନ ଧାରାବାହିକରୁ ଆରମ୍ଭ ହୁଏ ୨୦୦୮ ମସିହାରେ ସେ ଷ୍ଟାର ପ୍ଲସ୍‌ର ରୋମାଣ୍ଟିକ୍ ଡ୍ରାମା କିସ୍ ଦେଶ୍ ମେ ହୈ ମେରା ଦିଲ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ପବିତ୍ର ରିସ୍ତାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଭୂମିକାକୁ ଅନେକ ଦର୍ଶକ ପସନ୍ଦ କରିବା ସହ ତାଙ୍କୁ ଦୂରଦର୍ଶନ ଜଗତରେ ଅନେକ ପୁରସ୍କାର ମିଳିଥିଲା ।ରାଜପୁତ ୨୦୧୩ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର ଥିଲା କାଇ ପୋ ଚେ!, ଯାହା ପାଇଁ ତାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପାଇଁ ମନୋନୀତ ହୋଇଥିଲେ । ଏହାପରେ ସେ ସୁଦ୍ଧ୍ ଦେଶୀ ରୋମାନ୍ସ (୨୦୧୩), ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି (୨୦୧୫) ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସର୍ବାଧିକ ଆୟ କରିଥିବା କଥାଚିତ୍ର ପିକେରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ସିଂ ରାଜପୁତ ୨୦୧୬ ମସିହାରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଏମ୍.ଏସ୍. ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ, ଯାହାପାଇଁ ସେ ଅନେକ ସଫଳତା ଓ ଲୋକପ୍ରିୟତା ସାଉଁଣ୍ଟିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅଭିନୟ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ ହୋଇଥିଲେ । ୨୦୧୮ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର କେଦାରନାଥ ଓ ୨୦୧୯ର ଚିଛୋରେ ବଡ଼ ବ୍ୟବସାୟିକ ସଫଳତା ପାଇବା ସହ ସେ ହିନ୍ଦୀ କଥାଚିତ୍ର ଜଗତର ଆଗଧାଡ଼ିର କଳାକାର ଭିତରେ ଗଣା ହେଲା ।

ଯେତେବେଳ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିଲା ସେତିକିବେଳେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।
୨୦୨୦ ମସିହାର ଜୁନ ୧୪ ତାରିଖରେ ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇରେ ବାଣ୍ଡ୍ରାସ୍ଥିତ ନିଜସ୍ୱ ବାସଭବନରେ ଆତ୍ମହତ୍ୟା କରିଥିଲେ ।