ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା

ରାଜ୍ୟରେ ଥିବା ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର।

ରୋକ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ବର, ୦୪/୦୩/୨୦୨୪: ରାଜ୍ୟରେ ଥିବା ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ବ୍ୟାନ କରାଯିବ। ଏହି ସବୁ ଅଞ୍ଚଳକୁ ପ୍ଲାଷ୍ଟିକ ବ୍ୟବହାର ଉପରେ ଲଗାଗଲା କଟକଣା। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ରୋକ୍‌ ଲଗାଇଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କଟକଣା ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି। ପର୍ଯ୍ୟଟକମାନଙ୍କୁ ପଲିଥିନ ନ ନେଇ ଜଙ୍ଗଲରେ ପ୍ଲାଷ୍ଟିକ ବୋତଲ ଓ ଅନ୍ୟାନ୍ୟ ଜିନିଷ ଆବର୍ଜନା ନ ରଖିବାକୁ ପରାମର୍ଶ ଦିଆଯିବ।