ଅଯୋଧ୍ୟାରେ ଅଖିଳ ଭାରତୀୟ ସନ୍ଥ ଚିନ୍ତନ ବୈଠକ ଅନୁଷ୍ଠିତ

ଅଯୋଧ୍ୟାରେ ବିଶ୍ବହିନ୍ଦୁପରିଷଦର ଧର୍ମ ପ୍ରସାର ବିଭାଗ ସଂଯୋଜନାରେ ଅଖିଳ ଭାରତୀୟ ସନ୍ଥ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଯୋଗ ଦେଇଥିଲେ ୧୬୦ ସନ୍ଥ

ଅଯୋଧ୍ୟା, ୦୪/୦୩/୨୦୨୪: ଅଯୋଧ୍ୟାସ୍ଥିତ କରସେବକ ପୁରମଠାରେ ବିଶ୍ବହିନ୍ଦୁପରିଷଦର ଧର୍ମ ପ୍ରସାର ବିଭାଗ ସଂଯୋଜନାରେ ଗତ ଫେବୃଆରୀ ୨୯ ଏବଂ ମାର୍ଚ୍ଚ ୦୧ ତାରିଖ ଅଖିଳ ଭାରତୀୟ ସନ୍ଥ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରୁ ୨୬ଟି ପ୍ରାନ୍ତରୁ ୧୨୪ ଜଣ ବୈଠକ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟ ମାନଙ୍କୁ ମିଶାଇ ୧୬୦ ସଂଖ୍ୟା ଥିଲା। ଏହି ଚିନ୍ତନ ବୈଠକକୁ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ତଥା ବିଶ୍ବହିନ୍ଦୁପରିଷଦର କେନ୍ଦ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଚମ୍ପତରାୟ ଜୀ, କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଗୋପାଳ ଜୀ ଭଟ୍ଟ, କେନ୍ଦ୍ରୀୟ ସଂଗଠନ ମଂନ୍ତ୍ରୀ ଶ୍ରୀ ମିଲିନ୍ଦ ପରାଣ୍ଡେ ତଥା କେନ୍ଦ୍ରୀୟ ସହ ସଂଗଠନ ମଂନ୍ତ୍ରୀ ଶ୍ରୀ ବିନାୟକ ଦେଶପାଣ୍ଡେ ସନ୍ଥ ମାନଙ୍କ ସହିତ ଚର୍ଚ୍ଚାରେ ଭିନ୍ନ ଭିନ୍ନ ସତ୍ରରେ ଭାଗ ନେଇଥିଲେ। ଏହି ଅଖିଳ ଭାରତୀୟ ସନ୍ଥ ଚିନ୍ତନ ବୈଠକକୁ ଧର୍ମ ପ୍ରସାର ବିଭାଗର ପ୍ରମୁଖ ଶ୍ରୀ ସୁଧାଂଶୁ ମୋହନ ପଟ୍ଟନାୟକ ସଂଚାଳନ କରିଥିଲେ।