ବିଜେପି କୃଷକ ମୋର୍ଚ୍ଚାର ଗ୍ରାମ ପରିକ୍ରମା ଯାତ୍ରା

ବିଜେପି କୃଷକ ମୋର୍ଚ୍ଚା ତରଫରୁ ଗ୍ରାମ ପରିକ୍ରମା ଅଭିଯାନ ଚାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବିଜେପି ସରକାର ଗଢିଲେ ଚାଷୀ ହେବେ ଲାଭବାନ: ମହେଶ୍ୱର

କେନ୍ଦୁଝର, ୦୪/୦୩/୨୦୨୪: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୋଇପସି ହାଟପଡିଆ ଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଗ୍ରାମ ପରିକ୍ରମା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଯୋଗ କରିଥିଲେ। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦ ଶାସନରେ କୃଷକ ମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ପ୍ରଣୟନ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଉପରେ ଉପସ୍ଥିତ ଜନତାଙ୍କୁ ଭାଷଣରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଥିଲେ।

ଓଡିଶାରେ ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଥିବା, ନାରୀ ନିର୍ଯ୍ୟାତନା, ଆଇନଶୃଙ୍ଖଳା ପରିସ୍ଥିତି ର ଅବନତି ଓ ଚାଷୀ ଆତ୍ମହତ୍ୟା ବାବଦରେ ଶ୍ରୀ ସାହୁ କହିଥିଲେ। ବିଜେପି ଓଡିଶାରେ ସରକାରକୁ ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀ ମାନଙ୍କୁ ଦେବ। କୃଷି ପାଇଁ ବ୍ୟବହୃତ ବିଦ୍ୟୁତ ଶୁଳ୍କ ଚାଷୀ ମାନଙ୍କୁ ମାଗଣାରେ ମିଳିବ। ପ୍ରାକୃତିକ ବିପର୍ଯ୍ୟୟରେ ଫସଲର ଶତପ୍ରତିଶତ କ୍ଷତିପୂରଣ ମିଳିବ। ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର କରାଯିବ। ସମସ୍ତ ଚାଷ ଜମିକୁ ଜଳ ସେଚିତ କରାଯିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଶ୍ରୀଧର ସାହୁ, ସତ୍ୟବ୍ରତ ନାୟକ, ଅଖିଲ କୁମାର ନାୟକଙ୍କ ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ ।