ଓଡ଼ିଶା ଫେରିଲେ ପ୍ରଣବ-ପାଣ୍ଡିଆନ

ଗୁରୁବାର ଦିନ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନ ନୂଆଦିଲ୍ଲୀ ଗସ୍ତ କରିଥିବା ବେଳେ ଆଜି ଓଡ଼ିଶା ଫେରିଛନ୍ତି।

ସସପେନ୍ସରେ ବର୍ତ୍ତମାନ ମେଣ୍ଟ ଘୋଷଣା

ଭୁବନେଶ୍ବର, ୦୮/୦୩/୨୦୨୪: ବିଜେଡି ଓ ବିଜେପି ମଧ୍ୟରେ ଆସନ ବୁଝାମଣା ଚର୍ଚ୍ଚା ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନଯୋଗେ ଦିଲ୍ଲୀ ଯାଇଥିବା ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ଭିକେ ପାଣ୍ଡିଆନ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଫେରିଛନ୍ତି।

ରାଜଧାନୀରେ ପହଞ୍ଚିବା ପରେ ଦୁଇ ନେତା ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଅଭିମୁଖେ ଯାଇଥିଲେ। ତେବେ ନୂଆଦିଲ୍ଲୀରେ ବିଜେପିର ଶୀର୍ଷ ନେତାଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ କୌଣସି ବି ସୂଚନା ମିଳି ପାରିନାହିଁ।