୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ୧୩ ସଂଗଠନର କର୍ମକର୍ତ୍ତା

ଆଜି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ୧୩ଟି ସଂଗଠନର କର୍ମକର୍ତ୍ତା ଭେଟିଛନ୍ତି।

ପ୍ରସ୍ତାବ ପୂରଣ ପାଇଁ କୃତଜ୍ଞତା ଜ୍ଞାପନ କଲେ ସଂଗଠନ

ଭୁବନେଶ୍ଵର, ୧୨/୦୩/୨୦୨୪: ଆଜି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଛନ୍ତି ୧୩ଟି ସଂଗଠନର କର୍ମକର୍ତ୍ତା। ପାଣ୍ଡିଆନଙ୍କୁ ବିଭିନ୍ନ ପ୍ରସ୍ତାବ ପୂରଣ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ୧୩ ସଂଗଠନ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣରେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍ ରାଜ୍ୟରେ ଏକ ପରିବର୍ତନମୂଳକ ଶାସନକୁ ଆଗେଇ ନେଉଛନ୍ତି। ନୂତନ ଓଡ଼ିଶା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମସ୍ତରରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ଅନେକ ସଂଗଠନର ଦାବି ଓ ପ୍ରସ୍ତାବ ପୂରଣ ହୋଇଛି।

ସଂଗଠନର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ ଏହି ପରିବର୍ତନମୂଳକ ପଦକ୍ଷେପ ଦ୍ୱାରା ସେମାନେ ଉତ୍ସାହିତ ହୋଇଛନ୍ତି ଏବଂ ରାଜ୍ୟର ବୃହତ ଲକ୍ଷ୍ୟ ହାସଲ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ।

୫-ଟି ଅଧ୍ୟକ୍ଷଙ୍କୁ ଭେଟିଥିବା ସଂଗଠନଗୁଡ଼ିକ ହେଲା:

ସୁବାସ ସିଂହଙ୍କ ନେତୃତ୍ବରେ ଅଖିଳ ଓଡ଼ିଶା ଜି.ପି.ଏଲ୍.ଏଫ୍ .(ଏମ୍.ବି.କେ., ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର, ଏଲ୍.ଏସ୍.ପି.)

ମାନସ ମଙ୍ଗରାଜଙ୍କ ନେତୃତ୍ୱରେ କୁକୁଡ଼ାଖଣ୍ଡି ଏନ୍ଏସିର ଲୋକେ

ପଦ୍ମନାଭ ବେହେରାଙ୍କ ନେତୃତ୍ବରେ ବୀରମହାରାଜପୁର ଏନ୍ଏସିର ଲୋକେ

ବର୍ଷା ସିଂ ବରିହାଙ୍କ ନେତୃତ୍ୱରେ ପାଇକମାଳ ଏନ୍ଏସିର ଲୋକେ

ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବରଗଡ଼ ଏନଏସି ଭେଡେନର ଲୋକେ

ରମେଶ ମାଝୀଙ୍କ ନେତୃତ୍ବରେ ଯାଦବ ମହାସଂଘ

ଓଡ଼ିଶା ସୂଚନା ସେବା ସଂଘ

ସମସ୍ତ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ

ଓଡ଼ିଶା ହସ୍ତଶିଳ୍ପ ସେବା କ୍ୟାଡର

ଓଡ଼ିଶା ବନସେବା ସଂଘ

ଅଞ୍ଜୁମନ ଇସଲାହ ମୁସଲିମ କମ୍ୟୁନିଟି ସେଣ୍ଟର କମ୍ ପ୍ରେୟାର ହଲ୍

ଅଲ୍ ଓଡ଼ିଶା ୬୬୨ ବର୍ଗ ଲାଇବ୍ରେରୀ ଆଟେଣ୍ଡାଣ୍ଟ ଆସୋସିଏସନ୍, ଭୁବନେଶ୍ବର

ଅଖିଳ ଓଡ଼ିଶା ପରୀକ୍ଷାଗାର ସହାୟକ ସଂଘ।