ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଢିଲା

ଶ୍ରୀଜଗନ୍ନାଥ ମନ୍ଦିରରେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିବା ବେଳେ ପୁଲିସ ତାଙ୍କୁ ଅଟକାଇଛି।

ଶ୍ରୀମନ୍ଦିରରେ ପଶିଲେ ବିଦେଶୀ ପର୍ଯ୍ୟଟକ

ପୁରୀ, ୨୩/୦୩/୨୦୨୪: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଗତ କିଛି ଦିନ ପୂର୍ବରୁ ତିନି ଜଣ ବାଂଲାଦେଶୀ ପର୍ଯ୍ୟଟକମାନେ ପ୍ରବେଶ କରୁଥିବାର ଦେଖି କିଛି ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ଦେଖିବା ପରେ ସେମାନଙ୍କୁ ଅଟକ ରଖାଯାଇଥିଲା। ଠିକ୍ ସେହିପରି ଆଜି ମଧ୍ୟ ଜଣେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି ନଥିବାରୁ ଏସବୁ ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।

ସୂଚନାନୁସାରେ, ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ଥିବା ବେଳେ ଶ୍ରୀମନ୍ଦିରରେ ପ୍ରବେଶ ସମୟରେ ମନ୍ଦିର ପ୍ରବେଶ ପଥରେ ଥିବା ସୁରକ୍ଷା କର୍ମୀ ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରି ପାରିନଥିଲେ। କିନ୍ତୁ ଜଣେ ସେବାୟତ ବାଇଶିପାହାଚ ନିକଟରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଦେଖି ସିଂହଦ୍ୱାର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିବା ସହ ପଚରାଉଚରା କରୁଛି। ପୁଲିସ ପର୍ଯ୍ୟଟକଙ୍କ ପରିଚୟ, ଭିସା ଓ ପାସପୋର୍ଟ ଯାଞ୍ଚ କରୁଛି।