ଋଷରେ ବଡ ଧରଣର ଆତଙ୍କୀ ହମଲା

ଋଷର ରାଜଧାନୀ ମସ୍କୋରେ ଆଇଏସ୍ଆଇ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିବାର ଖବର ସାମନାକୁ ଆସିଛି।

ମୃତ୍ୟୁ ସଂଖ୍ୟା ୯୩କୁ ଛୁଇଁଲା

ମସ୍କୋ, ୨୩/୦୩/୨୦୨୪: ଋଷର ରାଜଧାନୀ ମସ୍କୋର କ୍ରୋକସ ସିଟି ହଲରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆଖିବୁଜା ଗୁଳି ବର୍ଷା ଓ ବୋମାମାଡ କରିଛନ୍ତି। ଏହି ଆକ୍ରମଣରେ ୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୭ରୁ ଅଧିକ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣ ପଛରେ ଆଇଏସ୍ଆଇ ତା’ର ହାତ ଥିବା ପ୍ରକାଶ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଋଷ ସେନାର ୟୁନିଫର୍ମରେ ଥିଲେ। କେହି କିଛି ବୁଝିବା ଆଗରୁ ହିଁ ୟୁନିଫର୍ମ ପିନ୍ଧିଥିବା ୫ ଜଣ ଆତତାୟୀ ଆଖିବୁଜା ଗୁଳି ବର୍ଷଣ କରିଥିଲେ। ଆତଙ୍କବାଦୀମାନେ କ୍ରୋକସ୍ ସିଟି ହଲ୍ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ, ଯାହା ଫଳରେ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ମଲରେ ଏବେ ବି ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ତେବେ ଆତତାୟୀଙ୍କ ସମ୍ପର୍କରେ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ। ଅନ୍ୟ ପଟେ ଏହି ଘଟଣା ପରେ ମସ୍କୋ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।