ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କଲେ ମହେଶ୍ୱର

ଗତ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଅଦିନିଆ ପ୍ରବଳ ବର୍ଷା ହେବା ଫଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।

ଚାଷୀମାନଙ୍କ ପାଇଁ କ୍ଷତିପୂରଣ ଦାବି କଲେ ମହେଶ୍ୱର

ଭୁବନେଶ୍ବର, ୨୩/୦୩/୨୦୨୪: ଓଡିଶା ରାଜ୍ୟରେ ଗତ ମାର୍ଚ୍ଚ ୧୯ ତାରିଖ ଠାରୁ ୨୦ ତାରିଖ ଦୁଇଦିନ ଧରି ଅଦିନିଆ ପ୍ରବଳ ବର୍ଷା ହେବା ଫଳରେ ବାଲେଶ୍ବର ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହେଇ ଚାଷୀ ମାନଙ୍କର ନାହିଁ ନଥିବା କ୍ଷତି ହେଇ ସର୍ବସ୍ୱାନ୍ତ ହେଇଛନ୍ତି।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଆଜି ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକର ଦୁଡୁପଲ, ନାଚିନ୍ଦା, ଖରଦପିପଲ, ଆରୁହାବୃତୀ, ଗବଗାଁ, କୁଶୁଡା, ପୁଟିନା, ନହରା, ବାଲିଙ୍ଗି, ମହାଗବ, ଗୋଡସାରଥା, ସିଆଁରୋହି, ବାଉଁଶଡିହାଁ, ଅମର୍ଦା, ମଧୁପୁର କଚୁଆଡି, ପ୍ରଭୃତି ପଞ୍ଚାୟତରେ ଅଦିନିଆ ପ୍ରବଳ ବର୍ଷା ରେ କ୍ଷତିଗ୍ରସ୍ତ ଅଞ୍ଚଳ ରାଜ୍ୟ ସଭାପତି ମହେଶ୍ଵର ସାହୁ ବୁଲି ବୁଲି ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ଓ ଫସଲହାନିର ଆକଳନ କରିଥିଲେ। ପରିଦର୍ଶନ ସମୟରେ ଧାନ, ବିରି, ମୁଗ, ଚିନାବାଦାମ, ତରଭୁଜ, କଖାରୁ, ପନିପରିବା ଚାଷ ପ୍ରବଳ ବର୍ଷା ଫଳରେ ପାଣି ବୁଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଇଥିବାର ଦେଖିବାକୁ ମିଳିଥିଲା। ଏହି ଅଦିନିଆ ବର୍ଷା ଫଳରେ ଚାଷୀ ମାନଙ୍କ ର ନାହିଁ ନଥିବା କ୍ଷତି ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ଏହାର ଆକଳନ କରାଯାଇ କ୍ଷତି ପୂରଣ ଚାଷୀମାନଙ୍କୁ ଦିଆଯାଉନଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଏହାର ନିନ୍ଦା କରିଛନ୍ତି। ରାଜ୍ୟ ସରକାର ତୁରନ୍ତ କୃଷି ବିଭାଗ ଓ ରାଜସ୍ବ ବିଭାଗ ତରଫରୁ କ୍ଷତିଗ୍ରସ୍ତ ଫସଲର ଆକଳନ କରି ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସଭାପତି ମହେଶ୍ଵର ସାହୁ ଦାବି କରିଛନ୍ତି। ଚାଷୀ ମାନେ ବିକଳ୍ପ ଚାଷ କରିବା ପାଇଁ ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଇଦେବା ପାଇଁ ମଧ୍ୟ ମହେଶ୍ୱର ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି କୈସିକ୍ ଚାନ୍ଦ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ କୈଳାଶ ଚନ୍ଦ୍ର ବାରିକ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା, ଅଜିତ୍ ଚାନ୍ଦ, ପ୍ରଦୀପ କୁମାର ଦୋ, ଜ୍ଞାନସେ ଚନ୍ଦ୍ର ପାଲ, କମଳାକାନ୍ତ ଜେନା, ଜନ୍ମଜୟ ପରମାଣିକ, ନବୀନ କୁମାର ମଣ୍ଡଳ, ଗୌତମ କୁମାର ଭଞ୍ଜ, ଅଜୟ କୁମାର ସାହୁ, ପ୍ରାଣବନ୍ଧୁ ସାହୁ, ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ।