ପୃଥିବୀ ପାଇଁ ଘଣ୍ଟାଟିଏ

ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ଆର୍ଥ ଆୱାର ଭାବରେ ପାଳନ କରା ଯାଉଛି।

ଆଜି ବିଶ୍ୱ ପାଳିବ ଆର୍ଥ ଆୱାର

ନୂଆଦିଲ୍ଲୀ, ୨୩/୦୩/୨୦୨୪: ପୃଥିବୀ ପାଇଁ ଘଣ୍ଟାଟିଏ। ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର। ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି କରିବା ପାଇଁ ବିଶ୍ୱର ୧୯୦ଟି ରାଷ୍ଟ୍ର ଆଜି ପାଳିବ ଆର୍ଥ ଆୱାର। ପ୍ରତ୍ୟେକ ବର୍ଷ ଭଳି ଆଜି ମଧ୍ୟ ରାତି ସାଢେ ୮ଟାରୁ ସାଢେ ୯ଟା ଯାଏ ସାରା ବିଶ୍ୱରେ ଏହା ପାଳନ କରାଯିବ।

ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି (ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ପକ୍ଷରୁ ୨୦୦୭ ମସିହାରୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ପୃଥିବୀ ଦିବସ ନାମକ ଏକ ବାର୍ଷିକ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଏହା ୧୮ତମ ସଂସ୍କରଣ ପାଳନ କରିବାକୁ ଯାଉଛି। ପରିବେଶ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆର୍ଥ ଆୱାର ବିଶ୍ୱବ୍ୟାପୀ ଲୋକଙ୍କୁ ୬୦ ମିନିଟ୍ ପାଇଁ ଲାଇଟ୍ ଏବଂ ବୈଦୁତିକ ଯନ୍ତ୍ରାଦିର ବ୍ୟବହାର ବନ୍ଦ କରିବାକୁ ଉତ୍ସାହିତ କରେ। ଲାଇଟ ବନ୍ଦ ରହିବା ଫଳରେ ଗ୍ରୀନହାଉସ ଗ୍ଯାସ ହ୍ରାସ ସହ ଜୀବାଶ୍ମ ଇନ୍ଧନ ବ୍ଯବହାର ବନ୍ଦ ହୋଇଥାଏ। ଯାହା ଦ୍ୱାରା ପୃଥିବୀ ଉପରେ ଏହାର ଅନୁକୂଳ ପ୍ରଭାବ ପଡିଥାଏ।