ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏସ୍ଆଇ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସହିଦ ନଗର ଥାନାର ଏଏସଆଇ। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଜବତ ଗାଡି ଛାଡିବା ପାଇଁ ଲାଞ୍ଚ ନେଉଥିଲେ

ଭୁବନେଶ୍ବର, ୨୩/୦୩/୨୦୨୪: ଭିଜିଲାନ୍ସ କବଳରେ ଭୁବନେଶ୍ବରର ସହିଦ ନଗର ଥାନାର ଜଣେ ସବ୍ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ। ଏସ୍ଆଇ ଜଣକ ଶନିବାର ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ ଧରି ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ‘ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍’ ସମୟରେ ଜବତ ହୋଇଥିବା ଗାଡ଼ିକୁ ଛାଡ଼ିବା ପାଇଁ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସହିଦ ନଗର ଥାନା ଭିତରେ ଅଭିଯୁକ୍ତ ୨ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।