୪ ଆଇଏଏସ ଅଧିକାରୀଙ୍କ ବଦଳି

ଓଡ଼ିଶା ସରକାର ୪ ଜଣ ଆଇଏଏସ୍ ଅଫିସରଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନ୍ୟତ୍ର ସ୍ଥାନାନ୍ତର

ଭୁବନେଶ୍ୱର, ୦୫/୦୪/୨୦୨୪: ଓଡ଼ିଶା ସରକାର ୪ ଜଣ ଆଇଏଏସ୍ ଅଫିସରଙ୍କୁ ବଦଳି କରି ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଛନ୍ତି।

ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ସାମନ୍ତ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ପାନୀୟ ଜଳ ଓ ପରିମଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟାୱାରୀଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା), ଭୁବନେଶ୍ୱରର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ପଦବୀକୁ ଯୁଗ୍ମ ସଚିବ ପଦ ସହ ସମାନ ଘୋଷଣା କରାଯାଇଛି।

ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ଡ. ଶୁଭଙ୍କର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ପଦବୀ ଉପସଚିବ ପଦର ମାନ୍ୟତା ଏବଂ ଦାୟିତ୍ୱ ସହିତ ସମାନ ଅଟେ।