୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲେ ନବୀନ

ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ବିଭିନ୍ନ ସଂଯୋଜକ ନିଯୁକ୍ତ କରିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ।

ବିଜ୍ଞପ୍ତି ଜାରି କଲା ଦଳ

ଭୁବନେଶ୍ୱର, ୦୭/୦୪/୨୦୨୪: ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ବିଭିନ୍ନ ସଂଯୋଜକ ନିଯୁକ୍ତ କରିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ସମ୍ପାଦକ ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ବ୍ରହ୍ମପୁରରେ ଚନ୍ଦ୍ର ଶେଖର ସାହୁ, ଭଦ୍ରକରେ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡ଼ା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ ପୁରୀ ପାଇଁ ସୁବାଶିଷ ଖୁଣ୍ଟିଆଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।