ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ

ଆଜି ବିଜେପିରୁ ଇସ୍ତଫା ଦେବା ପରେ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି।

ବିଜେଡି ସହ ଆଗକୁ ବଢିବାର ଇଚ୍ଛା: ଲେଖାଶ୍ରୀ

ଭୁବନେଶ୍ୱର, ୦୭/୦୪/୨୦୨୪: ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିରୁ ଇସ୍ତଫା ଦେବାର ଦୁଇ ଘଣ୍ଟା ପରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଲେଖାଶ୍ରୀ। ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ଦଳରେ ସାମିଲ ହୋଇଛନ୍ତି।

ବିଜେଡି ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳରେ ଯୋଗ ଦେବା ପରେ ଲେଖାଶ୍ରୀ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ମୋତେ ଖୋଲା ହୃଦୟରେ ଗ୍ରହଣ କରିଥିବାରୁ ବିଜେଡିକୁ ଧନ୍ୟବାଦ ଜଣାଉଛି। ମୋର ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୁଁ ବିଜେପି ପାଇଁ ସବୁକିଛି କରିଥିଲେ ମଧ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇ ପାରିନଥିଲି। ବିଜେଡି ସହ ଆଗକୁ ବଢିବାର ଇଚ୍ଛା ଅଛି। ଓଡ଼ିଶାବାସୀଙ୍କ ପାଇଁ କାମ କରିବାର ମୋର ଇଚ୍ଛା ଅଛି। ତେଣୁ ବିଜେଡି ଏ ନେଇ ମୋତେ ପ୍ରେରଣା ଦେଇଥିଲା।