ମାଲକାନଗିରିରେ ୬ ମାଓବାଦୀଙ୍କୁ ଧରିଲା ସଶସ୍ତ୍ର ବାହିନୀ

ଛତିଶଗଡ଼ ସୀମା ନିକଟ ମାଲକାନଗିରି ଜିଲ୍ଲାରେ ୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି।

୧୯ ବିଜିଏଲ ବୋମା ଜବତ

ମାଲକାନଗିରି,୦୮/୦୪/୨୦୨୪: ମାଲକାନଗିରି ଜିଲ୍ଲାରେ ସଶସ୍ତ୍ର ବାହିନୀକୁ ମିଳିଛି ବଡ ସଫଳତା। ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛି ସଶସ୍ତ୍ର ବାହିନୀ।

ମାଲକାନଗିରିରେ ସୁକମା ପୋଲିସ ଦ୍ୱାରା ଗିରଫ ହୋଇଥିବା ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୧୯ଟି ବିଜିଏଲ୍ ବୋମା ଓ ଜିଲେଟିନ୍ ଜବତ କରାଯାଇଥିବା ସୁକମା ଏସପି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଗତ ୧୬ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଥିଲେ।