ଆଜି ଆସିବ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

ଆସନ୍ତା ୨୦ରେ ଅବଶିଷ୍ଟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।

ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହଙ୍କ ସୂଚନା

ଭୁବନେଶ୍ବର, ୧୧/୦୪/୨୦୨୪: ଆଜି ପ୍ରକାଶ ପାଇପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା। ଏ ନେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି। ପୂର୍ବରୁ ଏପ୍ରିଲ ୨ରେ ୧୧୨ ଆସନ ପାଇଁ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ବାକି ଥିବା ୩୫ ଆସନରୁ ୨୦ରୁ ୨୨ଟି ଆସନ ପାଇଁ ତାଲିକା ଘୋଷଣା କରାଯାଇପାରେ। ଅବଶିଷ୍ଟ ୧୦ରୁ ୧୫ଟି ଆସନ ପାଇଁ ଏପ୍ରିଲ ୨୦ରେ ପ୍ରାର୍ଥୀ ତାଲିକା ଜାରି କରାଯିବ। ୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ଏବେ ଯାଏଁ ବି ଦଳ ଅଦଳ ଚାଲୁଥିବାରୁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବ ହେଉଛି। ଅନ୍ୟ ଦଳରେ ଥିବା ଅସନ୍ତୁଷ୍ଟ ନେତା ଟିକେଟ ଆଶାରେ ପଦ୍ମ ଧରୁଛନ୍ତି। ଏବେ ଦେଖିବା ବାକି ରହିଲା, କେଉଁ ଆଶାୟୀଙ୍କୁ ଟିକେଟ ମିଳୁଛି। ଅନ୍ୟପକ୍ଷରେ ନିର୍ବାଚନ ଲଢ଼ିବାକୁ ହାଇକୋର୍ଟ ଅନୁମତି ଦେବା ପରେ ଦିଲ୍ଲୀପ ରାୟ ମଧ୍ୟ ଚଳିତ ବର୍ଷ ନିର୍ବାଚନ ଲଢିବେ। ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଦିଲ୍ଲୀପ କେଉଁ ଆସନରୁ ଲଢିବେ ତାହା ମଧ୍ୟ ସ୍ଥିର ହୋଇଯିବ।