ବିଜେଡ଼ିରେ ଯୋଗଦେଲେ ଆଦର୍ଶ ଗ୍ରୁପର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳ
ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଅନୁଗୁଳ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ମହେଶ ଚନ୍ଦ୍ର ଧଳ ବିଜେଡିରେ ସାମିଲ ହୋଇଛନ୍ତି।
ବିଜେଡିର ମିଶ୍ରଣ ପର୍ବ
ଭୁବନେଶ୍ୱର, ୧୭/୦୪/୨୦୨୪: ଅନୁଗୁଳ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା ଆଦର୍ଶ ଗ୍ରୁପର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ମହେଶ ଚନ୍ଦ୍ର ଧଳଙ୍କ ଯୋଗଦାନ ଫଳରେ ବିଶେଷକରି ଅନୁଗୁଳ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ବୋଲି ଶ୍ରୀଯୁକ୍ତ ଧଳ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାରେ ପ୍ରଥମ କୋଭିଡ୍ ହସ୍ପିଟାଲ କରିଥିଲେ ମହେଶ ଚନ୍ଦ୍ର ଧଳ। କୋଭିଡ୍ ବେଳେ ୨ ବର୍ଷ ଧରି ମାଗଣା ଅକ୍ସିଜେନ ଯୋଗାଇଥିଲେ।