ହାତ ଧରିଲେ କେନ୍ଦ୍ରାପଡ଼ା ବିଧାୟିକା

କଂଗ୍ରେସ ଭବନରେ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ଓ ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ବିଧାୟିକା ଦଳରେ ଯୋଗ ଦେଇଛନ୍ତି।

କେନ୍ଦ୍ରାପଡ଼ାରୁ ଲଢିବା ପାଇଁ ଇଚ୍ଛା: ସିପ୍ରା

ଭୁବନେଶ୍ୱର,୧୮/୦୪/୨୦୨୪: କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ। ଆଜି କଂଗ୍ରେସ ଭବନରେ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ଓ ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି, କଂଗ୍ରେସ ସହିତ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ମୁଁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟିକା ଥିଲି, ତେଣୁ ଏହି ଆସନ ପାଇଁ ମୋର ଆଗ୍ରହ ରହିଛି। ମୋତେ ଟିକେଟ୍ ଦେବା ପାଇଁ ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଏହା ଉପରେ ନିର୍ଭର କରେ। ଦଳ ଯାହା ନିଷ୍ପତ୍ତି ନେବ ନିଶ୍ଚୟ ପାଳନ କରିବି। ସୂଚନାଯୋଗ୍ୟ, ସିପ୍ରା ମଲ୍ଲିକ ୨୦୦୯ରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।