ବିଜୁ ଯୁବ ଜନତା ଦଳର ନୂତନ ଉପସଭାପତି ନିଯୁକ୍ତ

ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳର ବିଭିନ୍ନ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି।

ସମ୍ବିତ ବେହେରା ନୂତନ ବିସିଜେଡି ଉପସଭାପତି

ଭୁବନେଶ୍ବର, ୨୯/୦୪/୨୦୨୪: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳରେ ବିଭିନ୍ନ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି। ବିଜୁ ଯୁବ ଜନତା ଦଳର ନୂତନ ଉପସଭାପତି ଭାବେ ପ୍ରିୟ ରଞ୍ଜନ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ। ସେହିପରି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସ୍ମୃତିରଞ୍ଜନ ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳର ଉପସଭାପତି ଭାବେ ସମ୍ବିତ ବେହେରା ଓ ଦେବାଶିଷ ସ୍ୱାଇଁ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ସଚିନ କୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି।