ମନ୍ଦିରକୁ ନେଇ ରାଜନୀତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମା ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ବନ୍ଦ କରିବା ପାଇଁ ଦଳୀୟ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରନ୍ତୁ ଧର୍ମେନ୍ଦ୍ର।

ସୋସିଆଲ ମିଡ଼ିଆରେ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଟାର୍ଗେଟ

ଭୁବନେଶ୍ବର, ୦୫/୦୫/୨୦୨୪: ମନ୍ଦିରକୁ ନେଇ ରାଜ୍ୟରେ ରାଜନୀତି। ସୋସିଆଲ ମିଡ଼ିଆରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଣବ। ପ୍ରଣବ ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପୁରୀ ପରିକ୍ରମା ପ୍ରକଳ୍ପ ଓ ମା’ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ବାରମ୍ବାର ବିରୋଧ କରୁଛନ୍ତି।

ପ୍ରଣବ ଏକ୍ସରେ ଲେଖିଛନ୍ତି ଯେ, ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୁଦ୍ଧରେ ବିଶୋଧଗାର କରୁଛନ୍ତି ଧର୍ମେନ୍ଦ୍ର। ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ, ତାହେଲେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ଲକ୍ଷ ଲକ୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ କୁହନ୍ତୁ, ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିଦେବେ। ସମାନ ଭାବରେ ମା’ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରୁଛନ୍ତି। ତାହେଲେ ମା’ ସମଲେଇଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ବନ୍ଦ କରିଦେବେ ବୋଲି ଦଳୀୟ ଇସ୍ତାହାରରେ ଉଲ୍ଲେଖ କରି ମା’ ସମଲେଇଙ୍କର ଲକ୍ଷ ଲକ୍ଷ ଭକ୍ତଙ୍କୁ କହିବାର ସାହାସ ଦେଖାଇବେ କି?