ଖଣ୍ଡପଡ଼ାରେ ଏଥର ମେଣ୍ଟ ଲଢ଼େଇ

ମହାମେଣ୍ଟ ନେଇ ସୋସିଆଲ ମିଡିଆରେ ସୂଚନା ଦେଲେ ଅନୁଭବ।

ଏକାଠି ହେଲେ ସୌମ୍ୟ ଅନୁଭବ ଗୟାଧର

ଭୁବନେଶ୍ବର, ୦୫/୦୫/୨୦୨୪: ଖଣ୍ଡପଡ଼ା ରାଜନୀତି ସରଗରମ। ରାଜନୀତିରେ ଦେଖାଦେଇଛି ନୂଆ ସମୀକରଣ। ଟିକେଟ ବଣ୍ଟନ ବଦଳାଉଛି ରାଜନୀତିଜ୍ଞଙ୍କ ଚିନ୍ତାଧାରା। ବିଜେଡ଼ି ଟିକେଟରୁ ଲଢ଼ିବାକୁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀ ଓ ବିଜେଡିରୁ ବହିଷ୍କୃତ ନେତା ମିଶି ଗଢିବେ ମହାମେଣ୍ଟ। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଅନୁଭବ।

ବିଜେଡି ଟିକେଟ ନ ଦେବାରୁ ଅନୁଭବ, ଗୟାଧର କ୍ଷୋଭ ପ୍ରକାଶଡ କରିଛନ୍ତି। ବିଜେଡିରୁ ବହିଷ୍କୃତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଅନୁଭବ, ଗୟାଧର ଓ ସୌମ୍ୟରଞ୍ଜନ ମିଶି ମହାମେଣ୍ଟ ଗଢିବେ। ଏକାଠି ଲଢିବେ ବୋଲି ସୂଚନା ମିଳିଛି।